ଆମର ପବିତ୍ର ପୀଠସ୍ଥଳୀ

ମା ଭୁବନେଶ୍ଵରୀ ମନ୍ଦିର

Ancient Temple

"୧୯୭୭ ମସିହାରେ ଠାରୁ ପବିତ୍ର"

ଦିବ୍ୟ ଅନୁଗ୍ରହର ଇତିହାସ

ଓଁ ମା ଭୁବନେଶ୍ୱରୀ, ଜଗତ୍‌କୀର୍ତ୍ତି ଦୁଃଖନାଶିନୀ, ଅଭୟ ବରଦାୟିନୀ, କ୍ଲେଶହାରିଣୀ, ଅଗତିର ଗତି, ଜଗଜନନୀ ମା ଭୁବନେଶ୍ୱରୀ।

ମା ଭୁବନେଶ୍ୱରୀ ଆଚାର୍ଯ୍ୟ ବିହାରବାସୀଙ୍କ ଆରାଧ୍ୟ ଦେବୀ। ମନ୍ଦିରର ଲିଖିତ ତଥ୍ୟ ଅନୁସାରେ, ମା ଙ୍କର ବିଗ୍ରହ ଉଣେଇଶହ ନବେ (1990) ମସିହାରେ ପ୍ରତିଷ୍ଠା ହୋଇଥିଲା। କିନ୍ତୁ ତାହାର ଅନେକ ବର୍ଷ ପୂର୍ବରୁ ମା ଗିରିଖଣ୍ଡ ବଡ଼ ପଥର ରୂପେ ସେହି ପବିତ୍ର ସ୍ଥାନରେ ପୂଜିତ ହୁଅଉଥିଲେ। ବିପଦ-ଆପଦ ସମୟରେ ହେଉ କିମ୍ବା ବିବାହ, ବ୍ରତଘରା ପରି ଆନନ୍ଦମୟ କାର୍ଯ୍ୟକ୍ରମ ସମୟରେ, ଅନ୍ତଃବାସୀମାନେ ପ୍ରଥମେ ମା ଙ୍କର ପୂଜା ଅର୍ଚ୍ଚନା କରି ତାଙ୍କର ଆଶୀର୍ବାଦ ଗ୍ରହଣ କରନ୍ତି। ମା ଙ୍କ ଶାନ୍ତ ଓ ଆଶୀର୍ବାଦମୟ ମୁଦ୍ରା ଭକ୍ତମାନଙ୍କ ହୃଦୟରେ ଆନନ୍ଦ ଓ ସାହସ ସୃଷ୍ଟି କରେ। ସେ ମନକୁ ଦୃଢ଼ କରି ଶରୀରରେ ଅମାପ ଶକ୍ତି ଭରିଦିଅନ୍ତି।

ଉଣେଇଶହ ସତସ୍ତରୀ (1977) ମସିହାରେ ଆଚାର୍ଯ୍ୟ ବିହାର ହାଉସିଂ ବୋର୍ଡ୍ ପ୍ରତିଷ୍ଠା ପରେ ଏଠାରେ ମା ଙ୍କ ପ୍ରତି ଭକ୍ତି ଓ ବିଶ୍ୱାସ ବଢ଼ିଥିଲା। ପରବର୍ତ୍ତୀକାଳରେ 1990 ମସିହାରେ ମନ୍ଦିର ନିର୍ମାଣ ସହ ମା ଙ୍କ ବାମ ପାର୍ଶ୍ୱରେ (ଦକ୍ଷିଣ ଦିଗରେ) ପ୍ରଭୁ ଶ୍ରୀ ଲକ୍ଷ୍ମୀନାରାୟଣଙ୍କ ଏବଂ ତାହାର ଦକ୍ଷିଣକୁ ପ୍ରଭୁ ଶ୍ରୀ ଲୋକନାଥଙ୍କ ମନ୍ଦିର ପ୍ରତିଷ୍ଠା ହୋଇଥିଲା। ଏହା ଆଚାର୍ଯ୍ୟ ବିହାରକୁ ଏକ ଗୁରୁତ୍ୱପୂର୍ଣ୍ଣ ଆଧ୍ୟାତ୍ମିକ କେନ୍ଦ୍ରରେ ପରିଣତ କରିଥିଲା।

ଦୁଇ ହଜାର ଚାରି (2004) ମସିହାରେ ଶ୍ରୀ ହନୁମାନ ମନ୍ଦିର, 2007 ମସିହାରେ ଶ୍ରୀରାମ ମନ୍ଦିର, 2009 ମସିହାରେ ମା କାଳୀଙ୍କ ମନ୍ଦିର ଏବଂ 2015 ମସିହାରେ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ପ୍ରତିଷ୍ଠା ହୋଇଥିଲା। ପବିତ୍ର ରଥଯାତ୍ରାର ଶୁଭାରମ୍ଭ ଭକ୍ତମାନଙ୍କ ମନରେ ଅପାର ଆନନ୍ଦ ଭରିଦେଇଥିଲା।

ମନ୍ଦିର ପ୍ରତିଷ୍ଠାରେ ଯେଉଁ ସଭ୍ୟମାନେ ଅବଦାନ ରଖିଥିଲେ, ସେମାନଙ୍କ ମଧ୍ୟରୁ ଅନେକେ ଆଜି ସ୍ୱର୍ଗସୀଧାରିଛନ୍ତି, କିନ୍ତୁ ଆଚାର୍ଯ୍ୟ ବିହାରବାସୀମାନେ ସେମାନଙ୍କୁ ଆଜିଯାଏ ସ୍ମରଣ କରନ୍ତି। ସ୍ୱର୍ଗତ ଉଦୟନାଥ ଦାସ ପଣ୍ଡିତ, ଲିଙ୍ଗରାଜ ମହାନ୍ତି, ବିଦୟ କୁମାର ପଣ୍ଡା, ଶେଷ ଦେବ ପଣ୍ଡା, ଗନ୍ଧର୍ବ ସାହୁ ଓ ଅନ୍ୟାନ୍ୟ ଭକ୍ତମାନଙ୍କ ଅବଦାନ ସ୍ମରଣୀୟ।

ଏଠାରେ ବାର ମାସରେ ତେର ପର୍ବ ଉତ୍ସବ ଆୟୋଜିତ ହୁଏ। ପଣା ସଂକ୍ରାନ୍ତି, ଭିତର ଚନ୍ଦନ, ଶିବ ବିବାହ, ଦେବସ୍ନାନ ପୂର୍ଣ୍ଣିମା, ରଥଯାତ୍ରା, ବାହୁଡ଼ା ଯାତ୍ରା, ସୁନା ବେଶ, ଜନ୍ମାଷ୍ଟମୀ, ବାସନ୍ତୀ ଦୁର୍ଗା ପୂଜା, ଶାରଦୀୟ ଦୁର୍ଗାପୂଜା, କାଳୀପୂଜା, ଧନୁର୍ ଓ ମକର ସଂକ୍ରାନ୍ତି, ସରସ୍ୱତୀ ପୂଜା, ଶିବରାତ୍ରି, ଦୋଳଯାତ୍ରା, ପ୍ରତିମାସର ଏକାଦଶୀ ଓ ନାମ ସଂକୀର୍ତ୍ତନ ଆଦି ପର୍ବଗୁଡ଼ିକ ଭକ୍ତିଭାବରେ ପାଳିତ ହୁଏ।

ମନ୍ଦିର ପରିସର ବଡ଼ ନ ହେଲେ ମଧ୍ୟ ଆଚାର୍ଯ୍ୟ ବିହାରବାସୀଙ୍କର ମା ଙ୍କ ଉପରେ ପ୍ରଗାଢ଼ ଭରସା, ପରସ୍ପର ସୁସମ୍ପର୍କ ଓ ପରିଚ୍ଛନ୍ନତା ପ୍ରତି ଆଗ୍ରହ ଏହି ପୀଠକୁ ଭୁବନେଶ୍ୱରର ଏକ ଆକର୍ଷଣୀୟ ଆଧ୍ୟାତ୍ମିକ କେନ୍ଦ୍ରରେ ପରିଣତ କରିଛି। ଏଠାକୁ ଆସୁଥିବା ଭକ୍ତମାନେ ଦିବ୍ୟ ଶାନ୍ତି ଓ ଆତ୍ମିକ ସନ୍ତୋଷ ଅନୁଭବ କରନ୍ତି।

ସତରେ, ଜୀବନରେ ସବୁକିଛି ମାତୃକୃପାରେ ସମ୍ଭବ । ମାଆ ଭୁବନେଶ୍ୱରୀଙ୍କ କୃପା ହିଁ ସର୍ବଶ୍ରେଷ୍ଠ ଆଶ୍ରୟ । 🙏

Divya Avatars

Maa Bhubaneswari

ମା ଭୁବନେଶ୍ୱରୀ

ମା ଭୁବନେଶ୍ୱରୀ ସମସ୍ତ ବ୍ରହ୍ମାଣ୍ଡର ଆଦିଶକ୍ତି ଓ ଜଗତ୍‌ଜନନୀ। ସେ ଶକ୍ତିର ମୂଳସ୍ରୋତ ଓ ସୃଷ୍ଟିର ଆଧାର। ତାଙ୍କ ଦିବ୍ୟ ରୂପ ଶାନ୍ତି, ଦୟା ଓ କରୁଣାର ପ୍ରତୀକ। ଭକ୍ତମାନେ ବିଶ୍ୱାସ କରନ୍ତି ଯେ ସେ ସମସ୍ତ ଜୀବକୁ ମାତୃସ୍ନେହରେ ଆଲିଙ୍ଗନ କରନ୍ତି। ଆମେ ତାଙ୍କ ଗୁଣ ଗାନ କରୁଛୁ କାରଣ ସେ ଆମକୁ ଜୀବନର ସଠିକ୍ ଦିଗ ଦେଖାନ୍ତି ଓ ଅନ୍ଧକାରରୁ ଆଲୋକକୁ ନେଇଯାନ୍ତି। ସେ ମନର ଅଶାନ୍ତି ଦୂର କରି ଆତ୍ମବଳ ଦିଅନ୍ତି। ତାଙ୍କ ଆଶୀର୍ବାଦରେ ଜ୍ଞାନ, ସମୃଦ୍ଧି ଓ ସ୍ଥିରତା ଲାଭ ହୁଏ। ଜୀବନର ସମସ୍ୟାରେ ସେ ଆମକୁ ଧୈର୍ଯ୍ୟ ଓ ଶକ୍ତି ଦିଅନ୍ତି। ଭକ୍ତି ସହିତ ତାଙ୍କୁ ସ୍ମରଣ କଲେ ମନ ପବିତ୍ର ହୁଏ ଓ ଭୟ ଦୂର ହୋଇଯାଏ।

Maa Kali

ମା ଦକ୍ଷିଣ କାଳୀ

ମା ଦକ୍ଷିଣ କାଳୀ ଶକ୍ତି ଓ ସଂହାରର ଦେବୀ। ତାଙ୍କର ଭୟଙ୍କର ରୂପ ଅସୁର ଶକ୍ତିର ନାଶ ପାଇଁ, କିନ୍ତୁ ଭକ୍ତଙ୍କ ପାଇଁ ସେ ଅତ୍ୟନ୍ତ କୃପାଳୁ ମା । ସେ ଅନ୍ୟାୟ ଓ ଅଧର୍ମର ଶେଷ କରି ଧର୍ମର ସ୍ଥାପନା କରନ୍ତି। ଆମେ ତାଙ୍କୁ ଗୁଣ ଗାନ କରୁଛୁ କାରଣ ସେ ଆମକୁ ନିର୍ଭୟତା ଓ ସାହସ ଦିଅନ୍ତି। ଜୀବନରେ ଯେତେବେଳେ ଭୟ, ସଂକଟ ବା ଅନ୍ୟାୟ ଆସେ, ମା ଦକ୍ଷିଣ କାଳୀ ଆମକୁ ଶକ୍ତି ଦିଅନ୍ତି ତାହାକୁ ମୁକାବିଲା କରିବାର। ସେ ନକାରାତ୍ମକ ଓ ଦୁର୍ବଳତାକୁ ଦୂର କରନ୍ତି। ତାଙ୍କ ଆଶୀର୍ବାଦରେ ମନ ଦୃଢ଼ ହୁଏ ଓ ଆତ୍ମବିଶ୍ୱାସ ବଢ଼େ। ଭକ୍ତି ସହ ତାଙ୍କୁ ସ୍ମରଣ କଲେ ଭୟ ଓ ଦୁଃଖ ଦୂର ହୋଇଯାଏ।

Mahadev (Shiva)

ଶ୍ରୀ ଲୋକନାଥ

ମହାଦେବ ସଂହାର ଓ ପୁନର୍ସୃଷ୍ଟିର ଦେବତା। ସେ ଭୋଳେନାଥ, ଯିଏ ଭକ୍ତମାନଙ୍କ ପ୍ରତି ଅତ୍ୟନ୍ତ କୃପାଳୁ। ତାଙ୍କ ଧ୍ୟାନମୟ ରୂପ ଆମକୁ ଆତ୍ମଜ୍ଞାନ ଓ ଶାନ୍ତିର ପଥ ଦେଖାଏ। ଆମେ ତାଙ୍କୁ ପ୍ରଶଂସା କରୁଛୁ, କାରଣ ସେ ଦୁଃଖ ଓ ପାପକୁ ଖଣ୍ଡନ କରି କ୍ଷମା କରନ୍ତି। ତାଙ୍କ ଆଶୀର୍ବାଦରେ ମନର ଅଶାନ୍ତି ଦୂର ହୁଏ। ସେ ଆମକୁ ସଠିକ ପଥରେ ଆଗେଇ ନେଇଯାନ୍ତି। ବିପଦ ସମୟରେ ସେ ଆମକୁ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତି। ଭକ୍ତି ସହିତ ଶିବଙ୍କୁ ସ୍ମରଣ କଲେ ମନ ପବିତ୍ର ଓ ନିର୍ମଳ ହୁଏ। 🙏

Radha & Krishna

ଲଷ୍ମୀ ନାରାୟଣ

ଲକ୍ଷ୍ମୀ ନାରାୟଣ ହେଉଛନ୍ତି ହିନ୍ଦୁ ଧର୍ମର ପବିତ୍ର ଦିବ୍ୟ ଯୁଗଳ। ଲକ୍ଷ୍ମୀ ଦେବୀ ଧନ, ସମ୍ପଦ, ଶୁଭ ଭାଗ୍ୟ ଓ ସମୃଦ୍ଧିର ଦେବୀ। ନାରାୟଣ ହେଉଛନ୍ତି ବିଶ୍ୱର ପାଳକ ଓ ରକ୍ଷକ, ସେ ଧର୍ମକୁ ସୁରକ୍ଷା କରନ୍ତି। ଲକ୍ଷ୍ମୀ ନାରାୟଣଙ୍କ ପୂଜା କଲେ ଘରେ ଶାନ୍ତି, ସୁଖ, ସମୃଦ୍ଧି ଓ ମଙ୍ଗଳ ଆସେ। ଭକ୍ତମାନେ ଭକ୍ତି ସହିତ ପୂଜା କରି ତାଙ୍କର ଆଶୀର୍ବାଦ ପାଆନ୍ତି। ସେମାନେ ଜୀବନରେ ସଫଳତା ଓ ସୁରକ୍ଷା ଦାନ କରନ୍ତି, ଭକ୍ତଙ୍କୁ ସଦା କୃପା କରନ୍ତି ଓ ରକ୍ଷା କରନ୍ତି। 🙏

Lord Jagannath

ଚତୁର୍ଦ୍ଧାମୂର୍ତ୍ତି

ଶ୍ରୀ ଚତୁର୍ଦ୍ଧାମୂର୍ତ୍ତି-ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା— ଭକ୍ତଜନଙ୍କର ଅଟଳ ଆସ୍ଥାର ପ୍ରତୀକ। ସେମାନେ ଭାଇ-ଭଉଣୀ ରୂପେ ସମତା, ସ୍ନେହ ଓ ସମ୍ମିଳନର ଦିବ୍ୟ ସନ୍ଦେଶ ଦେଇଥାନ୍ତି। ଶ୍ରୀଜଗନ୍ନାଥ କରୁଣା ଓ ଭକ୍ତିର ସାଗର, ବଳଭଦ୍ର ଶକ୍ତି ଓ ଧୈର୍ଯ୍ୟର ପ୍ରତୀକ, ଏବଂ ସୁଭଦ୍ରା ମାତୃସ୍ନେହ ଓ ଶାନ୍ତିର ଆଧାର। ନବକଳେବର ପରମ୍ପରା ତାଙ୍କର ଅଦ୍ଭୁତ ଆଧ୍ୟାତ୍ମିକ ମହିମାକୁ ପ୍ରକାଶ କରେ। ରଥଯାତ୍ରା ସମୟରେ ତିନିଝଣ ଦେବଦେବୀଙ୍କ ଦର୍ଶନ ପାଇଁ ଅନେକ ଭକ୍ତମାନେ ଏକତ୍ରିତ ହୁଅନ୍ତି। ଶ୍ରୀ ଚତୁର୍ଧାମୂର୍ତ୍ତି ଆମକୁ ସର୍ବଧର୍ମ ସମଭାବ, ଭକ୍ତି ଓ ମାନବତାର ପାଠ ପଢାଉଛନ୍ତି। 🙏

Raghunath

ରଘୁନାଥ (ଶ୍ରୀରାମ)

ରଘୁନାଥ ଅର୍ଥାତ୍ ଶ୍ରୀରାମ ଧର୍ମ ଓ ସତ୍ୟର ପ୍ରତୀକ ଭାବେ ପରିଚିତ। ସେ ରଘୁବଂଶର ଶ୍ରେଷ୍ଠ ରାଜା ଓ ଆଦର୍ଶ ପୁରୁଷ, ଯିଏ ସଦା ନ୍ୟାୟ ଓ ମର୍ଯ୍ୟାଦାକୁ ଅନୁସରଣ କରୁଥିଲେ। ପିତାମାତାଙ୍କ ଆଜ୍ଞା ପାଳନ ପାଇଁ ସେ ଚଉଦ ବର୍ଷର ବନବାସ ଗ୍ରହଣ କରିଥିଲେ ଏବଂ ଭାଇଭାବ, ପ୍ରେମ ଓ ନିଷ୍ଠାର ଉତ୍କୃଷ୍ଟ ଉଦାହରଣ ସ୍ଥାପନ କରିଥିଲେ। ରାବଣଙ୍କ ବଧ କରି ସେ ଅଧର୍ମ ଉପରେ ଧର୍ମର ବିଜୟ ସ୍ଥାପନ କରିଥିଲେ, ଯାହା ପରେ ତାଙ୍କ ଶାସନକାଳ “ରାମରାଜ୍ୟ” ଭାବେ ପରିଚିତ ହେଲା, ଯେଉଁଠାରେ ସମସ୍ତେ ସୁଖୀ ଓ ନ୍ୟାୟପ୍ରାପ୍ତ ଥିଲେ। ଶ୍ରୀରାମଙ୍କ ଜୀବନ ଆମକୁ ସତ୍ୟ, ଧୈର୍ଯ୍ୟ, ଭକ୍ତି ଓ ଆଦର୍ଶ ଜୀବନର ପଥ ଦେଖାଏ, ଏବଂ “ରାମନାମ” ଉଚ୍ଚାରଣ କଲେ ମନରେ ଶାନ୍ତି ଓ ସାହସର ସଂଚାର ହୁଏ। 🙏

Lord Hanuman

ଶ୍ରୀ ହନୁମାନ

ଶ୍ରୀହନୁମାନ ଶକ୍ତି, ଭକ୍ତି ଓ ସାହସର ପ୍ରତୀକ ଭାବେ ପରିଚିତ। ସେ ଶ୍ରୀରାମଙ୍କ ଅତ୍ୟନ୍ତ ପ୍ରିୟ ଭକ୍ତ ଓ ଦାସଭକ୍ତ, ଯିଏ ଅସୀମ ବଳ, ବୁଦ୍ଧି ଓ ନମ୍ରତାର ଧନୀ। ସେ ନିଜ ଶକ୍ତିକୁ ସଦା ଧର୍ମ ଓ ସେବା ପାଇଁ ବ୍ୟୟ କରିଥିଲେ। ସମୁଦ୍ର ଲଂଘନ କରି ସୀତାମାତାଙ୍କୁ ଖୋଜିବା ଓ ସଞ୍ଜୀବନୀ ପର୍ବତ ଆଣି ଲକ୍ଷ୍ମଣଙ୍କ ପ୍ରାଣ ରକ୍ଷା କରିବା ତାଙ୍କର ଅପୂର୍ବ ପରାକ୍ରମର ପ୍ରମାଣ। ସେ ଅହଂକାରହୀନ ଓ ନିଷ୍ଠାବାନ୍ ଭକ୍ତର ଉତ୍କୃଷ୍ଟ ଉଦାହରଣ। “ହନୁମାନ ଚାଳିସା” ପାଠ କରିଲେ ମନୋବଳ ଓ ଆତ୍ମବିଶ୍ୱାସ ବଢ଼େ, ଏବଂ ଶ୍ରୀହନୁମାନ ଭକ୍ତମାନଙ୍କୁ ସଦା ସୁରକ୍ଷା ଓ କୃପା ପ୍ରଦାନ କରନ୍ତି। 🙏