ପ୍ରାଚୀନ ପରମ୍ପରାର ଭବ୍ୟତା ଅନୁଭବ କରନ୍ତୁ, ଦିବ୍ୟ ଉତ୍ସବ ପାଳନ କରନ୍ତୁ ଏବଂ ଆଧ୍ୟାତ୍ମିକ ଉତ୍ସବରେ ନିଜକୁ ନିମଜ୍ଜିତ କରନ୍ତୁ।
ପ୍ରତିବର୍ଷ ପରି ଚଳିତ ବର୍ଷ ଶ୍ରୀ ପଞ୍ଚମୀ ଦିନ ମନ୍ଦିର ପ୍ରତିଷ୍ଠା ଦିବସ ପାଳନ କରାଯିବ। ଏହି ଅବସରରେ ଚତୁର୍ଥ ପ୍ରହର ନାମଯଜ୍ଞର ଆୟୋଜନ କରାଯାଇଛି।
ମା’ ଭୁବନେଶ୍ୱରୀଙ୍କ ପୀଠରେ ତିନିଦିନ ବ୍ୟାପି ବାସନ୍ତୀକ ଦୁର୍ଗୋତ୍ସବ। ଚଣ୍ଡୀପାଠ, ଘୃତ ଓ ନାରିକେଳ ଦାନ ସହ ନବମୀ ରାତ୍ରରେ ପୂର୍ଣ୍ଣାହୁତି ହୋମ ଅନୁଷ୍ଠିତ ହୁଏ।
ମହାଦେବଙ୍କ ମହାନ ରାତ୍ରି। ୨୪ ଘଣ୍ଟିଆ ରୁଦ୍ରାଭିଷେକ ସହ ନିର୍ଦ୍ଦିଷ୍ଟ ସମୟରେ ମହାଦୀପ ଉଠାଯାଏ। ଭକ୍ତମାନେ ରାତ୍ରି ଉଜାଗର ରହି ଦୀପ ଜାଳନ୍ତି।
ଶ୍ରୀରାମ ଚରିତ ମାନସର ସୁନ୍ଦରାକାଣ୍ଡ ପାଠ ଏବଂ ହୋମ ସହ ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ପାଳନ।
ଓଡ଼ିଆ ନବବର୍ଷ ଓ ହନୁମାନ ଜୟନ୍ତୀ। ହନୁମାନ ଚାଳିଶା ପାଠ, ସନ୍ଧ୍ୟା ଆଳତି ପରେ ଭକ୍ତମାନଙ୍କ ମଧ୍ୟରେ ପଣା ବଣ୍ଟନ।
ମନ୍ଦିର ପରିସରରେ ଦେବଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ଉତ୍ସବ ମହାଆଡମ୍ବରରେ ପାଳିତ ହୁଏ।
ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ବିଧି ମୁତାବକ ପାଳନ କରାଯାଏ।
ଶ୍ରୀକୃଷ୍ଣ ଜନ୍ମୋତ୍ସବ। ମନ୍ଦିରରେ ବିଶେଷ ପୂଜା ଅର୍ଚ୍ଚନା ଏବଂ ଭଜନ ସନ୍ଧ୍ୟା ଆୟୋଜିତ ହୁଏ।
ମା’ ଭୁବନେଶ୍ୱରୀଙ୍କ ପୀଠରେ ୧୬ ଦିନ ବ୍ୟାପି ଷୋଡଶ ଉପଚାର ପୂଜା ଅନୁଷ୍ଠିତ ହୁଏ। ଚଣ୍ଡୀପାଠ ଓ ହୋମ ଅନୁଷ୍ଠିତ ହୁଏ।
ଦୀପାବଳି ଅମାବାସ୍ୟାରେ ମା’ କାଳୀଙ୍କ ପୂଜା। ମନ୍ଦିରରେ ଦୀପଦାନ ଓ ବିଶେଷ ଆଳତି ହୁଏ।